ଇନଫୋଗ୍ରାଫିକ୍ସ

Investor Do'S And Don'Ts Guidelines

ପ୍ରଥମ-ଥର ନିବେଶକମାନଙ୍କ ପାଇଁ କରଣୀୟ ଏବଂ ଅକରଣୀୟ

ସିକ୍ୟୁରିଟି ମାର୍କେଟ୍‌ରେ ନିବେଶ ସମୟ-କ୍ରମେ ଧନ ଅଭିବୃଦ୍ଧିର ଏକ ଉତ୍ତମ ମାର୍ଗ ଅଟେ. କିନ୍ତୁ ପ୍ରାରମ୍ଭକାରୀଙ୍କ ପାଇଁ ମାର୍କେଟ୍ ଜଟିଳ ଏବଂ ଭୟ-ସଂଚାରକାରୀ ହୋଇପାରେ. ନିବେଶ କାର୍ଯ୍ୟକୁ ଦାୟିତ୍ୱପୂର୍ଣ୍ଣ ଭାବରେ ନିର୍ବାହ କରିବା ପାଇଁ ମୌଳିକ ବିଷୟବସ୍ତୁଗୁଡ଼ିକ ବାବଦରେ ଅବଧାରଣା ଅତ୍ୟନ୍ତ ଆବଶ୍ୟକ ଅଟେ. ପ୍ରାରମ୍ଭିକ ନିବେଶକମାନେ କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ ତାହା ବାବଦରେ ଉପଯୁକ୍ତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ପାଇଁ ନିମ୍ନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଦିଆଯାଇଛି.

ପ୍ରାରମ୍ଭକାରୀଙ୍କ ପାଇଁ କରଣୀୟ

ମାର୍କେଟ ବାବଦରେ ଜ୍ଞାନ ଅର୍ଜନ

ନିବେଶ କରିବା ପୂର୍ବରୁ, ସିକ୍ୟୁରିଟି ମାର୍କେଟ୍‌ର ମୌଳିକ ବିଷୟ, ବିଭିନ୍ନ ନିବେଶ ପ୍ରଣାଳୀ ଏବଂ ସେଗୁଡ଼ିକ କିପରି କାର୍ଯ୍ୟ କରନ୍ତି ତାହା ଭଲ ଭାବରେ ବୁଝନ୍ତୁ. ଷ୍ଟକ୍, ବଣ୍ଡ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ମାର୍କେଟ୍ ରିସ୍କ ବିଷୟରେ ଜ୍ଞାନ ଆହରଣ ସଠିକ୍ ନିଷ୍ପତ୍ତି ନେବାରେ ଆପଣଙ୍କ ପାଇଁ ସହାୟକ ହୋଇପାରିବ

ଛୋଟରୁ ଆରମ୍ଭ କରନ୍ତୁ

ଜଣେ ପ୍ରାରମ୍ଭକାରୀ ଭାବରେ, ସ୍ଵଳ୍ପ ନିବେଶ ସହିତ ଆରମ୍ଭ କରିବା ଏକ ବୁଦ୍ଧିମାନୀ କାର୍ଯ୍ୟ ଅଟେ. ଏହି ଦୃଷ୍ଟିକୋଣ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିକୁ ବିପଦରେ ନପକାଇ ବଜାରର ଗତିଶୀଳତାକୁ ବୁଝିବାରେ ସାହାଯ୍ୟ କରିଥାଏ. ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଅଭିଜ୍ଞତା ବୃଦ୍ଧି ସହିତ ଧିରେ ଧିରେ ଆପଣଙ୍କର ନିବେଶ ମଧ୍ୟ ବୃଦ୍ଧି ପାଇଥାଏ.

ଆପଣଙ୍କର ପୋର୍ଟଫୋଲିଓ ଡାଇଭର୍ସିଫାଏ କରନ୍ତୁ

ନିବେଶରେ ବିବିଧତା ଦ୍ଵାରା ଆପଣ ବିଭିନ୍ନ ଶ୍ରେଣୀର ଆସେଟ୍, ସେକ୍ଟର ଏବଂ କମ୍ପାନୀରେ ନିବେଶ କରିଥାଆନ୍ତି ଏବଂ ଏହା ଦ୍ଵାରା ବିପଦ ହ୍ରାସ ପାଇଥାଏ. ଏକ ଉତ୍ତମ ବିବିଧତାପୂର୍ଣ୍ଣ ପୋର୍ଟଫୋଲିଓ ଜରିଆରେ ଗୋଟିଏ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଅନ୍ୟ କ୍ଷେତ୍ରରେ ହୋଇଥିବା ଲାଭ ସନ୍ତୁଳିତ କରିପାରେ.

ଆପଣଙ୍କ ନିବେଶର ନିୟମିତ ଅନୁଧ୍ୟାନ

ଆପଣଙ୍କର ନିବେଶ ଉପରେ ନଜର ରଖିବା ଏବଂ ମାର୍କେଟ ଟ୍ରେଣ୍ଡ ବାବଦରେ ଖବର ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ. ନିୟମିତ ଅନୁଧ୍ୟାନ ଦ୍ଵାରା ଆପଣ ନିଜର ରଣନୀତି ଧାର୍ଯ୍ୟ କରିପାରିବେ ଏବଂ ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେବା ପାଇଁ ସମର୍ଥ ହୋଇପାରିବେ.

ନିୟାମକ ନିର୍ଦ୍ଦେଶାବଳୀ ଅନୁସରଣ

ସେବି-ପଞ୍ଜିକୃତ ଇଣ୍ଟରମିଡିଆରୀ ମାଧ୍ୟମରେ ନିବେଶ କରନ୍ତୁ ଏବଂ ସମସ୍ତ ନିୟାମକ ଅଧିନିୟମ ଅନୁସରଣ କରନ୍ତୁ. ଏହା ଦ୍ଵାରା ଆପଣଙ୍କର ନିବେଶ ସୁରକ୍ଷିତ ହୋଇଥାଏ ଏବଂ ଠକାମୀପୂର୍ଣ୍ଣ କାର୍ଯ୍ୟକଳାପରୁ ଆପଣ ରକ୍ଷା ପାଇଥାଆନ୍ତି.

ପ୍ରାରମ୍ଭକାରୀଙ୍କ ପାଇଁ ଅକରଣୀୟ

ମାର୍କେଟ୍ ପ୍ରଚାରର ଅନ୍ଧାନୁସରଣ

କେବଳ ଗୁଜବ, ପରାମର୍ଶ କିମ୍ବା ମାର୍କେଟ୍ ପ୍ରଚାର ଉପରେ ଆଧାର କରି ନିବେଶ ବାବଦରେ ନିଷ୍ପତ୍ତି ନିଅନ୍ତୁ ନାହିଁ. ଏଭଳି ସୂଚନା ନିର୍ଭରଯୋଗ୍ୟ ହୋଇନପାରେ ଏବଂ ଭୁଲ୍ ଆର୍ଥିକ ନିଷ୍ପତ୍ତି ନେବାର କାରଣ ହୋଇପାରେ.

କରଜ ନେଇ ଟଙ୍କା ନିବେଶ

କରଜ କିମ୍ବା ଋଣରେ ଟଙ୍କା ଆଣି ସିକ୍ୟୁରିଟି ମାର୍କେଟ୍‌ରେ ନିବେଶ କରିବା ବିପଦପୂର୍ଣ୍ଣ ଅଟେ. ମାର୍କେଟ୍‌ର ଉତ୍ଥାନ-ପତନ କାରଣରୁ କ୍ଷତି ହୋଇପାରେ ଏବଂ ଆର୍ଥିକ ଭାବରେ ଖରାପ ପରିସ୍ଥିତି ସୃଷ୍ଟି ହୋଇପାରେ.

ତୁରନ୍ତ ରିଟର୍ନ ଆଶା

ସିକ୍ୟୁରିଟି ମାର୍କେଟ୍‌ରେ ତୁରନ୍ତ ଲାଭ ସମ୍ଭବ ନୁହେଁ. ଅବାସ୍ତବ ଆଶା ରହିଲେ ଆବେଗପ୍ରବଣ ନିଷ୍ପତ୍ତି ନିଆଯାଇଥାଏ ଏବଂ ଅନାବଶ୍ୟକ କ୍ଷତି ହୋଇଥାଏ. ଧୈର୍ଯ୍ୟ ଏବଂ ଦୀର୍ଘକାଳୀନ ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ.

ଗବେଷଣାର ଅବଜ୍ଞା

ଯେଉଁ କମ୍ପାନୀ, ସେକ୍ଟର କିମ୍ବା ମ୍ୟୁଚୁଆଲ ଫଣ୍ଡରେ ଆପଣ ନିବେଶ କରୁଛନ୍ତି ତାହା ବାବଦରେ ସର୍ବଦା ଗବେଷଣା କରନ୍ତୁ. ଗବେଷଣା ନକରିବା ଦ୍ଵାରା ଭଲ ପ୍ରଦର୍ଶନ କରୁନଥିବା ଏବଂ ବିଶ୍ଵାସଯୋଗ୍ୟ ହୋଇନଥିବା ବିକଳ୍ପ ଚୟନ ହେତୁ ବିପଦର ସମ୍ଭାବନା ବୃଦ୍ଧି ପାଇଥାଏ.

ମାର୍କେଟ୍ ଉତ୍ଥାନ-ପତନ ସମୟରେ ଭୟଭୀତ

ମାର୍କେଟ୍‌ରେ ଅସ୍ଥିରତା କିଛି ନୂଆ କଥା ନୁହେଁ. ସ୍ଵଳ୍ପକାଳୀନ ମାର୍କେଟ୍ ଅସ୍ଥିରତା ଯୋଗୁଁ ମାନସିକ ଭାବରେ ଉଦ୍‌ବେଳିତ ହୁଅନ୍ତୁ ନାହିଁ. ଏହା ପରିବର୍ତ୍ତେ, ଦୀର୍ଘକାଳୀନ ଲକ୍ଷ୍ୟ ଓ ଆପଣଙ୍କ ନିବେଶ ରଣନୀତି ଉପରେ ଧ୍ୟାନ ଦିଅନ୍ତୁ.

#BanoAtmanirbharInvestor