ନକଲି ହାଇ ରିଟର୍ନ ଟ୍ରେଡିଙ୍ଗ ପ୍ଲାଟଫର୍ମ

ଟ୍ରେଡିଙ୍ଗରେ କ୍ଷତି ହେବା ସମୟରେ

ଅବାସ୍ତବିକ ଲାଭ ଦର୍ଶାଉଥିବା ନକଲି ହାଇ-ରିଟର୍ନ ଟ୍ରେଡିଙ୍ଗ ପ୍ଲାଟଫର୍ମରୁ ସାବଧାନ ରହନ୍ତୁ

ଏହା ଏକ ବାର୍ତ୍ତା, ବିଜ୍ଞାପନ କିମ୍ବା ବନ୍ଧୁଙ୍କ 'ସଫଳତାର କାହାଣୀ' ସହିତ ଆରମ୍ଭ ହୋଇଥାଏ

ଟ୍ରେଡିଙ୍ଗରେ କ୍ଷତି ହେବା ସମୟରେ

ଅବାସ୍ତବିକ ଲାଭ ଦର୍ଶାଉଥିବା ନକଲି ହାଇ-ରିଟର୍ନ ଟ୍ରେଡିଙ୍ଗ ପ୍ଲାଟଫର୍ମରୁ ସାବଧାନ ରହନ୍ତୁ

ଏହା ଏକ ବାର୍ତ୍ତା, ବିଜ୍ଞାପନ କିମ୍ବା ବନ୍ଧୁଙ୍କ 'ସଫଳତାର କାହାଣୀ' ସହିତ ଆରମ୍ଭ ହୋଇଥାଏ

"ଆମର ଏଆଇ-ଆଧାରିତ ଟ୍ରେଡିଙ୍ଗ ଆପ୍ ଜରିଆରେ ପ୍ରତ୍ୟେକ ସପ୍ତାହରେ 10% ଲାଭ ଅର୍ଜନ କରନ୍ତୁ!"
"ଯେ କୌଣସି ସମୟରେ ଉଇଡ୍ର କରନ୍ତୁ - ଗ୍ୟାରେଣ୍ଟେଡ୍ ରିଟର୍ନ!"

ଆପଣ ସାଇନ୍-ଅପ୍ କରିବେ. ଡ୍ୟାସବୋର୍ଡଟି ଆକର୍ଷଣୀୟ ଦେଖାଯିବ. ଆପଣ ₹10,000 ଜମା କରିବେ ଏବଂ କିଛି ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟରେ ₹12,000 ଦେଖାଯିବ. ଏପରିକି ଆପଣ ଅଳ୍ପ ପରିମାଣର ଟଙ୍କା ଉଇଡ୍ରୟାଲ କରିବାକୁ ମଧ୍ୟ ସକ୍ଷମ ହେବେ — ଯେହେତୁ ଏହା ସମ୍ଭବ ହୋ‍ଇଥାଏ, ତେଣୁ ଆପଣ ଉତ୍ସାହିତ ହୋଇ ଅଧିକ ନିବେଶ କରିବେ.

ଏହାପରେ ହଠାତ୍, ଆପ୍ କାମ କରିବା ବନ୍ଦ କରିଦିଏ. ଆପଣଙ୍କର ଏକାଉଣ୍ଟ ଲକ୍ ହୋଇଯାଏ. କଷ୍ଟମର ସପୋର୍ଟ ସହ ଯୋଗାଯୋଗ ହୋ‍ଇପାରେ ନାହିଁ.

ଆପଣ ସ୍କାମ୍‌‍ରେ ପଡ଼ିଯାଆନ୍ତି.

ନକଲି ଟ୍ରେଡିଙ୍ଗ ପ୍ଲାଟଫର୍ମ ସ୍କାମ୍ କଣ?

ଠକମାନେ ଏପରି ଅନଲାଇନ୍ ଟ୍ରେଡିଙ୍ଗ ପ୍ଲାଟଫର୍ମ କିମ୍ବା ମୋବାଇଲ୍ ଆପ୍ ତିଆରି କରନ୍ତି, ଯାହା ଚାର୍ଟ, ଡ୍ୟାସବୋର୍ଡ ଏବଂ ଲାଇଭ୍ ମାର୍କେଟ୍ ଡାଟା ସହିତ - ସମ୍ପୂର୍ଣ୍ଣ ଭାବରେ ପ୍ରକୃତ ଟ୍ରେଡିଙ୍ଗ ପରିବେଶକୁ ନକଲ କରିଥାଏ.

ସେମାନେ ଅବାସ୍ତବିକ ଭାବରେ ଅଧିକ ରିଟର୍ନର ପ୍ରତିଶ୍ରୁତି ଦିଅନ୍ତି, ପ୍ରାୟତଃ ଏହି ଆଳରେ:

  • ଆଲଗୋରିଦମିକ୍ କିମ୍ବା ଏଆଇ-ଆଧାରିତ ଟ୍ରେଡିଙ୍ଗ୍,

  • ଫରେକ୍ସ କିମ୍ବା କ୍ରିପ୍ଟୋ ଟ୍ରେଡିଙ୍ଗ,

  • କମୋଡିଟି କିମ୍ବା ଡେରିଭେଟିଭ୍ ସ୍କିମ୍, କିମ୍ବା

  • ବୈଶ୍ୱିକ ନିବେଶର ସୁଯୋଗ.

ପ୍ରାରମ୍ଭରେ, ସେମାନେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଛୋଟ ଲାଭ ଦେଖାଇଥାନ୍ତି ଏବଂ ଶୀଘ୍ର ଉଇଡ୍ରୟାଲ କରିବାକୁ ଦେଇଥାଆନ୍ତି. ଯେତେବେଳେ ଆପଣ ଅଧିକ ପରିମାଣର ରାଶି ନିବେଶ କରନ୍ତି, ପ୍ଲାଟଫର୍ମ ଆପଣଙ୍କ ଆକାଉଣ୍ଟକୁ ବ୍ଲକ୍ କରିଦିଏ, ଉଇଡ୍ରୟାଲ ବନ୍ଦ କରିଦିଏ, କିମ୍ବା ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୋଇଯାଏ.

ଏହି ସ୍କାମ୍ କିପରି କାର୍ଯ୍ୟ କରେ

  1. ଲୋଭ ଦେଖାଇବା: ଆକର୍ଷଣୀୟ ସୋସିଆଲ୍ ମିଡିଆ ବିଜ୍ଞାପନ କିମ୍ବା ହ୍ୱାଟ୍ସଆପ୍ ମେସେଜ୍, ଯାହା ଅଧିକ ରିଟର୍ଣ୍ଣର ପ୍ରତିଶ୍ରୁତି ଦିଏ.

  2. ବିଶ୍ୱାସ-ନିର୍ମାଣ କରିବା: ଛୋଟ ଉଇଡ୍ରୟାଲ ସଫଳ ହୁଏ; ଆପଣଙ୍କ ଆକାଉଣ୍ଟରେ ନକଲି ଲାଭ ଦେଖାଯାଏ.

  3. ଫାନ୍ଦରେ ପକାଇବା: ଆପଣଙ୍କୁ “ଟପ୍ ଅପ୍” କରିବାକୁ କିମ୍ବା “ଏକ ପ୍ରିମିୟମ୍ ପ୍ଲାନକୁ ଅପଗ୍ରେଡ୍” କରିବାକୁ ପ୍ରବର୍ତ୍ତାଯାଏ

  4. କ୍ରାଶ୍ ହେବା: ଉଇଡ୍ରୟାଲ ବିଫଳ ହୁଏ, ଆପଣଙ୍କ ବାଲାନ୍ସ ସହିତ ସ୍କାମର୍ସମାନେ ମଧ୍ୟ ଉଭେଇ ଯାଆନ୍ତି.

ଏହି ସ୍କାମଗୁଡ଼ିକରେ ପ୍ରାୟତଃ ନକଲି କଷ୍ଟମର କେୟାର ନମ୍ବର, କ୍ଲୋନ୍ ହୋଇଥିବା ୱେବସାଇଟ୍ ଏବଂ ଏପରିକି ନକଲି ଟେଷ୍ଟିମୋନିଆଲ ମଧ୍ୟ ବ୍ୟବହାର କରାଯାଇଥାଏ.

ରିଅଲ୍-ଲାଇଫ୍ କେସ୍

  • ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଏକ ନକଲି ଟ୍ରେଡିଙ୍ଗ ପ୍ଲାଟଫର୍ମ ଭାରତୀୟ ନିବେଶକଙ୍କ ଠାରୁ ₹800 କୋଟିରୁ ଅଧିକ ପରିମାଣର ଟଙ୍କା ଠକେଇ ହୋ‍ଇଛି. https://timesofindia.indiatimes.com/india/illegal-trading-platform-made-rs-800cr-profit-in-india-in-just-9-months/articleshow/124300311.cms

  • ଅନେକ ସ୍କାମ୍ କୁ ୟୁଟ୍ୟୁବ୍ ଇନଫ୍ଲୁଏନ୍ସର୍ ଓ ଟେଲିଗ୍ରାମ୍ ଗ୍ରୁପ୍ ମାଧ୍ୟମରେ "ସୀମିତ ସମୟର ଟ୍ରେଡିଙ୍ଗ ଆକ୍ସେସ୍" ଅଫର୍‍ ଭାବରେ ପ୍ରୋତ୍ସାହିତ କରାଯାଏ

  • ୟୁଜରମାନେ ଅଧିକ ନିବେଶ କରିବା ପରେ, ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଲକ୍ ଆଉଟ୍ କରିବା ପୂର୍ବରୁ, ସେମାନଙ୍କ ଠାରୁ "ଟିକସ କିମ୍ବା ସତ୍ୟାପନ ଶୁଳ୍କ ପୈଠ କରିବା" କୁ କୁହାଯାଏ.

ନିଜକୁ କିପରି ସୁରକ୍ଷିତ ରଖିବେ

  • ଗ୍ୟାରେଣ୍ଟେଡ୍ କିମ୍ବା ଫିକ୍ସଡ୍‍ ରିଟର୍ନ ବିଷୟରେ ସାବଧାନ ରୁହନ୍ତୁ - ମାର୍କେଟ ଏହିଭଳି କାର୍ଯ୍ୟ କରିନଥାଏ.

  • ଟ୍ରେଡିଙ୍ଗ ପ୍ଲାଟଫର୍ମ କିମ୍ବା ଇଣ୍ଟରମିଡିଆରୀ ଭେରିଫାଏ କରିବା ପାଇଁ ଦେଖନ୍ତୁସେବିର ଅଫିସିଆଲ୍ ଲିଷ୍ଟ:
    ସେବି | ମାନ୍ୟତାପ୍ରାପ୍ତ ଇଣ୍ଟରମିଡିଆରୀ

  • ଭାରତରେ ରେଜିଷ୍ଟର୍ଡ ନ ଥିବା ଟ୍ରେଡିଙ୍ଗ ପ୍ଲାଟଫର୍ମ ଏଡାନ୍ତୁ ଏବଂ ପର୍ସନାଲ ଏକାଉଣ୍ଟ କିମ୍ବା କ୍ରିପ୍ଟୋ ୱାଲେଟ୍ ଜରିଆରେ ପେମେଣ୍ଟ କରନ୍ତୁ ନାହିଁ.

  • କଦାପି ଓଟିପି, ଲଗଇନ୍ କ୍ରେଡେନସିଆଲ୍, କିମ୍ବା ରିମୋଟ୍ ଆକ୍ସେସ୍ (ଡେସ୍କଟପ୍ ସେୟାରିଂ ଆପ୍ ମାଧ୍ୟମରେ) କାହା ସହିତ ସେୟାର୍ କରନ୍ତୁ ନାହିଁ ଯିଏ “ଆପଣଙ୍କୁ ଟ୍ରେଡ୍ କରିବାରେ ସାହାଯ୍ୟ” କରିବ ବୋଲି ଦାବି କରେ

  • କୌଣସି ଟ୍ରେଡିଙ୍ଗ ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ରିଭ୍ୟୁ ଏବଂ ଆପ୍ ଅନୁମତି ଯାଞ୍ଚ କରନ୍ତୁ.

  • ହ୍ୱାଟ୍ସଆପ୍, ଟେଲିଗ୍ରାମ୍ କିମ୍ବା ଇନଷ୍ଟାଗ୍ରାମ୍ ରେ ଅବାଞ୍ଛିତ ନିବେଶ ଗ୍ରୁପ୍ ରୁ ସାବଧାନ ରୁହନ୍ତୁ.

  • ଏପରି ଠକାମୀ ବାବଦରେcybercrime.gov.in ରେ ରିପୋର୍ଟ କରନ୍ତୁ ଏବଂ ଯଦି ଆପଣ ଟଙ୍କା ଟ୍ରାନ୍ସଫର କରିଛନ୍ତି ତେବେ ତୁରନ୍ତ ନିଜର ବ୍ୟାଙ୍କକୁ ସୂଚନା ପ୍ରଦାନ କରନ୍ତୁ.

ସାରକଥା: ଏତେ ସହଜରେ ଲାଭ ମିଳେ ନାହିଁ - କେବଳ ଶିକାର ହେବା ହିଁ ସାର ହୋ‍ଇଥାଏ

ସ୍କାମର୍ସମାନେ ଗୋଟିଏ କଥା ଜାଣନ୍ତି: ଲୋଭ ଏବଂ ଜରୁରୀ ପରିସ୍ଥିତି ଭଲ ବିଚାରକୁ ଆଚ୍ଛାଦିତ କରିଦିଏ.
କୌଣସି ବୈଧ ଟ୍ରେଡିଙ୍ଗ ପ୍ଲାଟଫର୍ମ ନିରନ୍ତର ଲାଭ କିମ୍ବା ତୁରନ୍ତ ଉଇଡ୍ରୟାଲ୍ ର ଗ୍ୟାରେଣ୍ଟି ଦେଇପାରେ ନାହିଁ.

ତେଣୁ ଆପଣ କୌଣସି “ଅତ୍ୟଧିକ ଭଲ-ମନେହେଉଥିବା” ଆପ୍ କିମ୍ବା ପ୍ଲାଟଫର୍ମ ମାଧ୍ୟମରେ ନିବେଶ କରିବା ପୂର୍ବରୁ, ମନେରଖନ୍ତୁ:
ରହିଯାଆନ୍ତୁ. ବିଚାର କରନ୍ତୁ. ଯାଞ୍ଚ କରନ୍ତୁ.

ଜଣେ ଆତ୍ମନିର୍ଭର ଇନଭେଷ୍ଟର ହୁଅନ୍ତୁ, କାରଣ ନିବେଶରେ, ଧୈର୍ଯ୍ୟ ସମ୍ପତ୍ତି ତିଆରି କରିବାରେ ସାହାଯ୍ୟ କରେ - ସର୍ଟକଟ୍ କ୍ଷତି ସୃଷ୍ଟି କରିଥାଏ.