- ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
- ସ୍କ୍ରିନ୍ ରିଡର୍ ଆକ୍ସେସ୍
- ବିଟା ଭର୍ସନ
ଡିମାଟ୍ ଏକାଉଣ୍ଟ କିପରି ଖୋଲିବେ: ଏକ ସୋପାନଭିତ୍ତିକ ମାର୍ଗଦର୍ଶିକା
ଯଦି ଆପଣ ଭାରତରେ ଷ୍ଟକ୍, ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ଅନ୍ୟାନ୍ୟ ସିକ୍ୟୁରିଟି ରେ ନିବେଶ କରିବାକୁ ଚାହୁଁ ଥାଆନ୍ତି, ତେବେ ଡିମାଟ୍ ଏକାଉଣ୍ଟ ହେଉଛି ଆପଣଙ୍କର ଆରମ୍ଭ ବିନ୍ଦୁ. ଏକ ଡିମାଟ୍ (ଶର୍ଟ ଫର୍ "ଡିମେଟେରିଆଲାଇଜ୍ଡ") ଏକାଉଣ୍ଟ ହେଉଛି ଯେଉଁଠାରେ ଆପଣ ନିଜର ସିକ୍ୟୁରିଟି ଗୁଡ଼ିକୁ ଡିଜିଟାଲ୍ ଭାବରେ ଷ୍ଟୋର୍ କରନ୍ତି, ଯାହା ଫିଜିକାଲ୍ ସାର୍ଟିଫିକେଟ୍ ର ଆବଶ୍ୟକତାକୁ ଦୂର କରିଥାଏ.
ଯଦି ଆପଣ ଭାରତରେ ଷ୍ଟକ୍, ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ଅନ୍ୟାନ୍ୟ ସିକ୍ୟୁରିଟି ରେ ନିବେଶ କରିବାକୁ ଚାହୁଁ ଥାଆନ୍ତି, ତେବେ ଏକ ଡିମାଟ୍ ଏକାଉଣ୍ଟ ହେଉଛି ଆପଣଙ୍କର ଆରମ୍ଭ ବିନ୍ଦୁ. ଏକ ଡିମାଟ୍ (ଶର୍ଟ ଫର୍ "ଡିମେଟେରିଆଲାଇଜ୍ଡ") ଏକାଉଣ୍ଟ ହେଉଛି ଯେଉଁଠାରେ ଆପଣ ନିଜର ସିକ୍ୟୁରିଟି ଗୁଡ଼ିକୁ ଡିଜିଟାଲ୍ ଭାବରେ ଷ୍ଟୋର୍ କରନ୍ତି, ଯାହା ଫିଜିକାଲ୍ ସାର୍ଟିଫିକେଟ୍ ର ଆବଶ୍ୟକତାକୁ ଦୂର କରିଥାଏ. ଏହା ଏକ ବ୍ୟାଙ୍କ ଏକାଉଣ୍ଟ ପରି ଅଟେ, କିନ୍ତୁ ଟଙ୍କା ଧାରଣ କରିବା ପରିବର୍ତ୍ତେ, ଏହା ଆପଣଙ୍କ ନିବେଶକୁ ଧାରଣ କରିଥାଏ.
ପ୍ରଥମେ ଏକ ଡିମାଟ୍ ଏକାଉଣ୍ଟ ଖୋଲିବା କଷ୍ଟକର ମନେ ହୋଇପାରେ, ଆପଣ ନୂଆ ହୋଇଥିଲେ ମଧ୍ୟ ଏହି ସୋପାନଭିତ୍ତିକ ମାର୍ଗଦର୍ଶିକା ଜରିଆରେ ଆପଣ ପ୍ରକ୍ରିୟାଟି ସହଜରେ ପୂରଣ କରିଦେବେ.
ସୋପାନ 1: ସେବି ରେଜିଷ୍ଟର୍ଡ ଡିପୋଜିଟୋରୀ ପାର୍ଟିସିପାଣ୍ଟ (ଡିପି) ବାଛନ୍ତୁ
ଆପଣଙ୍କର ଡିମାଟ୍ ଏକାଉଣ୍ଟ ଖୋଲିବା ପାଇଁ, ଆପଣଙ୍କୁ ପ୍ରଥମେ ନିଜର ସୁବିଧାର ଏକ ଡିପୋଜିଟୋରୀ ପାର୍ଟିସିପାଣ୍ଟ (ଡିପି) ଚୟନ କରିବାକୁ ହେବ. ଏକ ଡିପି ଆପଣଙ୍କ ଏବଂ ଡିପୋଜିଟୋରୀ (ଭାରତରେ ଏନଏସଡିଏଲ କିମ୍ବା ସିଡିଏସଏଲ) ମଧ୍ୟରେ ଇଣ୍ଟରମିଡିଆରୀ ଭାବରେ କାର୍ଯ୍ୟ କରିଥାଏ. ଡିପି ଗୁଡ଼ିକ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ କିମ୍ବା ବ୍ରୋକରେଜ୍ ଫାର୍ମ ହୋଇପାରେ.
ଡିପି ଚୟନ କରିବା ସମୟରେ ବିଚାରକୁ ନିଆଯାଉଥିବା କାରକ:
-
ପ୍ରତିଷ୍ଠା: ଉତ୍ତମ ଟ୍ରାକ୍ ରେକର୍ଡ ଥିବା ଏକ ଡିପି ଚୟନ କରନ୍ତୁ.
-
ଶୁଳ୍କ: ବାର୍ଷିକ ରକ୍ଷଣାବେକ୍ଷଣ ଶୁଳ୍କ (ଏଏମସି), ଟ୍ରାଞ୍ଜାକ୍ସନ୍ ଫିସ୍ ଇତ୍ୟାଦି ତୁଳନା କରନ୍ତୁ
-
ବ୍ୟବହାରର ସହଜତା: ୟୁଜର-ଫ୍ରେଣ୍ଡଲି ଆପ୍ କିମ୍ବା ୱେବ୍ ପୋର୍ଟାଲ୍ ଥିବା ପ୍ଲାଟଫର୍ମ ଖୋଜନ୍ତୁ.
-
କଷ୍ଟମର୍ ସପୋର୍ଟ: ସୁନିଶ୍ଚିତ କରନ୍ତୁ ଯେ କୌଣସି ପ୍ରଶ୍ନ ଥିଲେ ଡିପି ଭରସାଯୋଗ୍ୟ ସହାୟତା ପ୍ରଦାନ କରିଥାଏ.
ସୋପାନ 2: ଡିମାଟ୍ ଏକାଉଣ୍ଟ ଖୋଲିବା ପ୍ରୋସେସ୍ ପୂରା କରନ୍ତୁ
ଏକ ଡିମାଟ୍ ଏକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ନିମ୍ନଲିଖିତ ବିଷୟବସ୍ତୁ ପୂରଣ କରିବାକୁ ହେବ: ଅଧିକାଂଶ ଡିପି ଆପଣଙ୍କୁ ଅନଲାଇନ୍ ରେ ଆବେଦନ କରିବାରେ ସାହାଯ୍ୟ କରିଥାଏ, କିନ୍ତୁ ଯଦି ଆପଣ ଅଫଲାଇନ୍ ସହାୟତା ପସନ୍ଦ କରନ୍ତି ତେବେ ଆପଣ ଏକ ବ୍ରାଞ୍ଚକୁ ମଧ୍ୟ ଯାଇପାରିବେ.
-
କେୱାଇସି ବିବରଣୀ
-
ପ୍ୟାନ୍ କାର୍ଡ (ଅନିବାର୍ଯ୍ୟ), ପରିଚୟ ପ୍ରମାଣ, ଠିକଣା ପ୍ରମାଣ ପରି ଡକୁମେଣ୍ଟ, ବ୍ୟାଙ୍କ ପ୍ରମାଣ: ଏକ କ୍ୟାନସେଲ୍ ହୋଇଥିବା ଚେକ୍ କିମ୍ବା ବ୍ୟାଙ୍କ ଷ୍ଟେଟମେଣ୍ଟ ଏବଂ ପାସପୋର୍ଟ ସାଇଜ୍ ର ଫଟୋ.
-
ଡିମାଟ୍ ଏକାଉଣ୍ଟ ଖୋଲିବା ଫର୍ମ
ସୋପାନ 3: ଆପଣଙ୍କର ବ୍ୟାଙ୍କ ଏକାଉଣ୍ଟ ଲିଙ୍କ୍ କରନ୍ତୁ
ବାଧାହୀନ ଫଣ୍ଡ ଟ୍ରାନ୍ସଫର ପାଇଁ ଆପଣଙ୍କୁ ନିଜର ବ୍ୟାଙ୍କ ଏକାଉଣ୍ଟକୁ ନିଜର ଡିମାଟ୍ ଏକାଉଣ୍ଟ ସହିତ ଲିଙ୍କ୍ କରିବାକୁ ହେବ. ଆପ୍ଲିକେସନ୍ ପ୍ରୋସେସ୍ ସମୟରେ କେବଳ ଆଇଏଫଏସସି କୋଡ୍ ଏବଂ ଏକାଉଣ୍ଟ ନମ୍ବର ସମେତ ଆପଣଙ୍କର ଏକାଉଣ୍ଟ ବିବରଣୀ ପ୍ରଦାନ କରନ୍ତୁ.
ସୋପାନ 4: ଆପଣଙ୍କର ଟ୍ରେଡିଙ୍ଗ ପ୍ରିଫରେନ୍ସ ବାଛନ୍ତୁ
ଯଦି ଆପଣ ଷ୍ଟକ୍ ଟ୍ରେଡ୍ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଏକ ଡିମାଟ୍ ଏକାଉଣ୍ଟ ସହିତ ଏକ ଟ୍ରେଡିଙ୍ଗ ଏକାଉଣ୍ଟ ଆବଶ୍ୟକ ହେବ. ଅଧିକାଂଶ ଡିପି ଏକ କମ୍ବୋ ଭାବରେ ଉଭୟ ଏକାସାଙ୍ଗରେ ଅଫର୍ କରନ୍ତି.
ପାର୍ଥକ୍ୟ କଣ?
- ଡିମାଟ୍ ଏକାଉଣ୍ଟ: ଆପଣଙ୍କର ସିକ୍ୟୁରିଟିଜ୍ ଷ୍ଟୋର୍ କରେ.
- ଟ୍ରେଡିଙ୍ଗ ଏକାଉଣ୍ଟ: କିଣିବା ଏବଂ ବିକ୍ରି କରିବା ଟ୍ରାଞ୍ଜାକ୍ସନ୍ କାର୍ଯ୍ୟକାରୀ କରେ.
ଆପଣ ନିଜର ଟ୍ରେଡିଙ୍ଗ ଭଲ୍ୟୁମ୍ ଆଧାରରେ ବେସିକ୍ ସର୍ଭିସ୍ ଡିମାଟ୍ ଏକାଉଣ୍ଟ (ବିଏସଡିଏ) କିମ୍ବା ଫୁଲ୍-ଫିଚର୍ଡ ଏକାଉଣ୍ଟ ଚାହୁଁଛନ୍ତି କି ନାହିଁ ତାହା ଆପଣ ନିର୍ଦ୍ଦିଷ୍ଟ କରିପାରିବେ.
ସୋପାନ 5: ଡକୁମେଣ୍ଟ ଏବଂ ଶୁଳ୍କ ରିଭ୍ୟୁ କରନ୍ତୁ
ପ୍ରକ୍ରିୟା ଚୂଡ଼ାନ୍ତ କରିବା ପୂର୍ବରୁ, ନିୟମ ଓ ସର୍ତ୍ତ ଗୁଡ଼ିକୁ ସମୀକ୍ଷା କରନ୍ତୁ, ଯେଉଁଥିରେ ସାମିଲ ଅଛି:
-
ସର୍ଭିସ୍ ଚାର୍ଜ ଏବଂ ଫିସ୍.
-
ଏକାଉଣ୍ଟ ହୋଲ୍ଡର ଭାବରେ ଅଧିକାର ଓ ଦାୟିତ୍ୱ.
-
ଅଭିଯୋଗ ସମାଧାନ ପ୍ରକ୍ରିୟା.
ସୋପାନ 6: ଆପଣଙ୍କର ଡିମାଟ୍ ଏକାଉଣ୍ଟ ଆକ୍ସେସ୍ କରନ୍ତୁ
ଆପଣଙ୍କର ଡକୁମେଣ୍ଟ ଏବଂ ଆପ୍ଲିକେସନ୍ ଭେରିଫାଏ ହୋଇଯିବା ପରେ, ଆପଣଙ୍କର ଡିପି ଆପଣଙ୍କୁ ଏକ 18 ଅଙ୍କ ବିଶିଷ୍ଟ ଡିମାଟ୍ ଏକାଉଣ୍ଟ ନମ୍ବର ଏବଂ ଲଗ୍-ଇନ୍ କ୍ରେଡେନସିଆଲ୍ ପଠାଇବ. ଏହି ବିବରଣୀ ଆପଣଙ୍କୁ ୱେବ୍ କିମ୍ବା ମୋବାଇଲ୍ ଆପ୍ ଜରିଆରେ ଆପଣଙ୍କର ଡିମାଟ୍ ଏକାଉଣ୍ଟକୁ ଆକ୍ସେସ୍ କରିବାର ଅନୁମତି ଦେବ.
ବିଗିନର୍ ଙ୍କ ପାଇଁ ପ୍ରୋ ଟିପ୍ସ
-
ଛୋଟରୁ ଆରମ୍ଭ କରନ୍ତୁ: ପରିଚାଳନା କରିହେଉଥିବା ଏକ ନିବେଶ ରାଶି ସହିତ ଆରମ୍ଭ କରନ୍ତୁ.
-
ଫିସ୍ ବିଷୟରେ ବୁଝନ୍ତୁ: ଆଶ୍ଚର୍ଯ୍ୟ ହେବାକୁ ଏଡାଇବା ପାଇଁ ଟ୍ରାଞ୍ଜାକ୍ସନ୍ ଏବଂ ମେଣ୍ଟେନାନ୍ସ ଚାର୍ଜ ଉପରେ ନଜର ରଖନ୍ତୁ.
-
ସୂଚନା ପ୍ରାପ୍ତ କରନ୍ତୁ: ଟ୍ରେଡ୍ କରିବା ପୂର୍ବରୁ ଷ୍ଟକ୍ ମାର୍କେଟ୍ ର ମୌଳିକ ବିଷୟରେ ଜାଣନ୍ତୁ.
ଉପସଂହାର
ଡିମାଟ୍ ଏକାଉଣ୍ଟ ଖୋଲିବା ସହଜ ହୋଇଯାଏ, ଯେତେବେଳେ ତାହା ସରଳ ସୋପାନଗୁଡ଼ିକରେ ବିଭକ୍ତ ହୋଇଥାଏ. ସଠିକ୍ ଡିପି ଚୟନ କରି, ଆବଶ୍ୟକୀୟ ଡକୁମେଣ୍ଟ ପ୍ରସ୍ତୁତ କରିବା ଏବଂ ଆପ୍ଲିକେସନ୍ ଏବଂ କେୱାଇସି ପ୍ରୋସେସ୍ ପୂରା କରିବା ଦ୍ୱାରା, ଆପଣ କମ୍ ସମୟରେ ନିଜର ଏକାଉଣ୍ଟ ପ୍ରସ୍ତୁତ କରିପାରିବେ.
ଆପଣଙ୍କର ଡିମାଟ୍ ଏକାଉଣ୍ଟ ହେଉଛି ନିବେଶର ଦୁନିଆ ପାଇଁ ଆପଣଙ୍କର ଗେଟୱେ - ଏହା ଇକ୍ୱିଟି, ବଣ୍ଡ, ଇଟିଏଫ କିମ୍ବା ମ୍ୟୁଚୁଆଲ୍ ଫଣ୍ଡ ହେଉ. ଆଜି ପ୍ରଥମ ସୋପାନ ନିଅନ୍ତୁ ଏବଂ ଧନ ସୃଷ୍ଟିର ସମ୍ଭାବନାକୁ ଅନଲକ୍ କରନ୍ତୁ.
ଜଣେ ଆତ୍ମନିର୍ଭର ଇନଭେଷ୍ଟର ହେବା
ଆତ୍ମନିର୍ଭର ଇନଭେଷ୍ଟର ହେବାର ଅର୍ଥ ହେଉଛି ସୁଚିନ୍ତିତ ଏବଂ ସ୍ୱାଧୀନ ନିବେଶ ନିଷ୍ପତ୍ତି ମାଧ୍ୟମରେ ଆପଣଙ୍କ ଆର୍ଥିକ ଭବିଷ୍ୟତର ନିୟନ୍ତ୍ରଣ ନେବା. ନିବେଶର ମୌଳିକ ବିଷୟଗୁଡ଼ିକୁ ବୁଝିବା ଦ୍ୱାରା ଆପଣ ଆତ୍ମବିଶ୍ୱାସର ସହ ଆର୍ଥିକ ବଜାରର ଆଗକୁ ବଢିପାରିବେ ଏବଂ ନିଜର ନିବେଶ ଲକ୍ଷ୍ୟ ହାସଲ କରିପାରିବେ.
ନିବେଶ କେବଳ ଟଙ୍କା ଉପାର୍ଜନ କରିବା ବିଷୟରେ ନୁହେଁ; ଏହା ଏକ ସୁରକ୍ଷିତ ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣ କରିବା ବିଷୟରେ ଅଟେ. ଆଜି ହିଁ ନିଜର ନିବେଶ ଯାତ୍ରା ଆରମ୍ଭ କରନ୍ତୁ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଆତ୍ମନିର୍ଭର ଇନଭେଷ୍ଟର କରିବା ପାଇଁ ସିଡିଏସଏଲ ର ମିଶନ୍ ର ଏକ ଅଂଶ ହୁଅନ୍ତୁ!

