ମୁଦ୍ରାସ୍ଫୀତି ଯାହା ଆପଣଙ୍କ ସମ୍ପତ୍ତିକୁ ନୀରବରେ ଚୋରି କରିଥାଏ ତାହା ବାବଦରେ ଜାଣନ୍ତୁ

ଆପଣଙ୍କର ଟଙ୍କା ସମୟକ୍ରମେ ଏହାର ମୂଲ୍ୟ କାହିଁକି ହରାଇଥାଏ?

ଆପଣ ସମ୍ଭବତଃ ଆପଣଙ୍କ ପିତାମାତାଙ୍କୁ ଏହା କହୁଥିବାର ଶୁଣିଛନ୍ତି ଯେ,
"ଆମ ସମୟରେ, ପେଟ୍ରୋଲ୍ ଲିଟର ପିଛା ₹20 ଥିଲା!"

ଆପଣଙ୍କର ଟଙ୍କା ସମୟକ୍ରମେ ଏହାର ମୂଲ୍ୟ କାହିଁକି ହରାଇଥାଏ?

ଆପଣ ସମ୍ଭବତଃ ଆପଣଙ୍କ ପିତାମାତାଙ୍କୁ ଏହା କହୁଥିବାର ଶୁଣିଛନ୍ତି ଯେ,
"ଆମ ସମୟରେ, ପେଟ୍ରୋଲ୍ ଲିଟର ପିଛା ₹20 ଥିଲା!"
ଯଦିଓ ଆପଣ ସମାନ ଜିନିଷ କିଣୁଛନ୍ତି କିନ୍ତୁ ଆପଣ ଲକ୍ଷ୍ୟ କରୁଛନ୍ତି ଯେ ଆପଣଙ୍କର ମାସିକ ଗ୍ରୋସେରୀ ବିଲ୍ ଧୀରେ ଧିରେ ବୃଦ୍ଧି ପାଇବାରେ ଲାଗିଛି.

ଏହା ହେଉଛି ମୁଦ୍ରାସ୍ଫୀତି ର କାର୍ଯ୍ୟ - ନୀରବ, ନିରନ୍ତର ଏବଂ ବାଧ୍ୟତାମୂଳକ.

ଏହା ରାତାରାତି ଆପଣଙ୍କର ଟଙ୍କା ଚୋରି କରେ ନାହିଁ. ବରଂ ଏହାର ପ୍ରଭାବ ଏହା ଠାରୁ ଅଧିକ କ୍ଷତିକାରକ - ସମୟକ୍ରମେ ଆପଣଙ୍କର ଟଙ୍କାର କ୍ରୟଶକ୍ତିକୁ ଏହା ହ୍ରାସ କରିଥାଏ.

ପ୍ରକୃତରେ ମୁଦ୍ରାସ୍ଫୀତି କ'ଣ?

ମୁଦ୍ରାସ୍ଫୀତିର ଅର୍ଥ ହେଉଛିସାମଗ୍ରୀ ଓ ସେବାର ମୂଲ୍ୟରେ ବୃଦ୍ଧିସମୟକ୍ରମେ.
ଯେତେବେଳେ ମୂଲ୍ୟ ବୃଦ୍ଧି ପାଇଥାଏ,ଆପଣଙ୍କ ଟଙ୍କାର କ୍ରୟ କ୍ଷମତା ହ୍ରାସ ପାଇଥାଏ.

ସରଳ ଭାଷାରେ କହିବାକୁ ଗଲେ - ₹1,000 ରେ ଆଜି ଆପଣ ଯାହା କିଣିପାରୁଛନ୍ତି ଆସନ୍ତା ବର୍ଷରେ ତାହା କିଣିପାରିବେ ନାହିଁ.

ଉଦାହରଣ ସ୍ୱରୂପ:

ଯଦି ମୁଦ୍ରାସ୍ଫୀତି 6% ହୁଏ, ତେବେ ଏହି ବର୍ଷ ₹1,000 ମୂଲ୍ୟର ଜିନିଷ ପାଇଁ ଆସନ୍ତା ବର୍ଷରେ ₹1,060 ଖର୍ଚ୍ଚ କରିବାକୁ ପଡ଼ିବ.
ଯଦି ଆପଣଙ୍କର ଟଙ୍କା ମୁଦ୍ରାସ୍ଫୀତି ସହିତ ତାଳ ଦେଇ ବୃଦ୍ଧି ପାଉନାହିଁ, ତେବେ ଆପଣ ବାସ୍ତବରେଧନ ହରାଉଛନ୍ତି, କିନ୍ତୁ ଆପଣଙ୍କର ପୂର୍ବ ଭଳି ସମାନ ରହିଛି.

ବାସ୍ତବ-ଜୀବନ ସହ ସଂଶ୍ଳିଷ୍ଟ ଉଦାହରଣ

ଆଇଟମ୍ 2010 ରେ ଖର୍ଚ୍ଚ 2024 ରେ ଖର୍ଚ୍ଚ ବୃଦ୍ଧି
1 ଲିଟର ପେଟ୍ରୋଲ୍ ₹55 ₹105 +90%
ମୁଭି ଟିକେଟ୍ ₹120 ₹350 +190%
ଫ୍ୟାମିଲି ଡିନର୍ ₹600 ₹1,600 +166%
1-ବର୍ଷର କଲେଜ ଫିସ୍ ₹50,000 ₹1,50,000 +200%

ଏହା ହେଉଛି ମୁଦ୍ରାସ୍ଫୀତି - କ୍ରମ ଅନୁଯାୟୀ କିନ୍ତୁ ଶକ୍ତିଶାଳୀ.

ନିଷ୍କ୍ରିୟ ଟଙ୍କା ପାଇଁ ମୁଦ୍ରାସ୍ଫୀତି କାହିଁକି ବିପଜ୍ଜନକ?

  1. ଆପଣଙ୍କର ସଞ୍ଚୟ କ୍ରୟ କ୍ଷମତା ହରାଇ ଦିଏ:
    ସେଭିଙ୍ଗ ଏକାଉଣ୍ଟରେ ₹1 ଲକ୍ଷ ରଖାଯାଇଥାଏ, ଯଦି ମୁଦ୍ରାସ୍ଫୀତି 6% ହୋଇଥାଏ, ତେବେ ପ୍ରକୃତରେ 3% ସୁଧ ହ୍ରାସ ପାଇଥାଏ.

  2. ଦୀର୍ଘକାଳୀନ ଲକ୍ଷ୍ୟ ମହଙ୍ଗା ହୋଇଥାଏ:
    ଆଜି ଆପଣ ନିଜର ପିଲାଙ୍କ ଶିକ୍ଷା ପାଇଁ ପ୍ଲାନ୍ କରୁଥିବା ₹10 ଲକ୍ଷ ପାଇଁ 15 ବର୍ଷରେ ₹20-25 ଲକ୍ଷ ଆବଶ୍ୟକ ହୋଇପାରେ.

  3. ନଗଦ ଟଙ୍କା ଏବଂ ଡିପୋଜିଟ୍ ରୁ ଲାଭ କମ୍ ମିଳିଥାଏ:
    ବଡ଼ ରାଶିକୁ ନିଷ୍କ୍ରିୟ କିମ୍ବା କମ୍ ସୁଧ ଆକାଉଣ୍ଟରେ ରଖିବା ଆପଣଙ୍କୁ ସୁରକ୍ଷା ପ୍ରଦାନ କରେ ନାହିଁ - ଏହା ନୀରବ ଭାବରେ ମୂଲ୍ୟ ହ୍ରାସ କରେ.

  4. ଏହା ସୁରକ୍ଷାର ଏକ ମିଥ୍ୟା ଭାବନା ପ୍ରଦାନ କରିଥାଏ:
    ଆପଣ ଭାବନ୍ତି ଯେ ଆପଣ ସମ୍ପତ୍ତି ସୁରକ୍ଷିତ କରି ରଖୁଛନ୍ତି, କିନ୍ତୁ ଆପଣ ଧିରେ ଧିରେ ଏହାକୁ ହ୍ରାସ କରି ନିଶେଷଃ କରିବା ଦିଗରେ ଅଗ୍ରସର ହେଉଛନ୍ତି.

ମୁଦ୍ରାସ୍ଫୀତିର ଗତି ରୈଖିକ ନୁହେଁ - ଏବଂ ଏହା ହିଁ ହେଉଛି ବଡ ସମସ୍ୟା

ବିଭିନ୍ନ ଶ୍ରେଣୀରେ ମୁଦ୍ରାସ୍ଫୀତି ସମାନ ଭାବରେ ବୃଦ୍ଧି ହୁଏ ନାହିଁ. ଖାଦ୍ୟ ଭଳି କେତେକ ସାମଗ୍ରୀ ମଧ୍ୟମ ଭାବରେ ବୃଦ୍ଧି ପାଇପାରେ, ଅନ୍ୟ - ବିଶେଷ କରି ଚିକିତ୍ସା ଓ ଶିକ୍ଷା ପାଇଁ ଖର୍ଚ୍ଚ - ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ. ଭାରତରେ ଚିକିତ୍ସା କ୍ଷେତ୍ରରେ ମୁଦ୍ରାସ୍ଫୀତି ସାଧାରଣ ମୁଦ୍ରାସ୍ଫୀତି ଠାରୁ ବହୁତ ଅଧିକ, ଯାହା ହେଉଛି ପ୍ରାୟ 10-14%. (ଜିଆଇ କାଉନସିଲ୍) (https://www.gicouncil.in/news-media/gic-in-the-news/bridging-the-gap-unlocking-the-potential-of-health-insurance-in-india)

ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ପ୍ରାୟତଃ ପ୍ରତ୍ୟେକ 6-8 ବର୍ଷରେ ଦୁଇଗୁଣ ହୋଇଯାଏ, ଯାହା ହେଉଛି ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଘରୋଇ ଖର୍ଚ୍ଚ ମଧ୍ୟରୁ ଅନ୍ୟତମ. (ବିଜିନେସ୍ ଷ୍ଟାଣ୍ଡାର୍ଡ) (https://www.business-standard.com/finance/personal-finance/education-costs-double-every-6-yrs-how-to-beat-inflation-and-invest-for-your-child-123072600265_1.html). ଏହି ଅସମାନ ବୃଦ୍ଧିର ଅର୍ଥ ହେଉଛି ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ଓ ଦୀର୍ଘକାଳୀନ ଲକ୍ଷ୍ୟ ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ପାଉଛି - ଏବଂ ପ୍ରାୟତଃ ଆଶା କରାଯାଉଥିବା ଠାରୁ ଅଧିକ ଦ୍ରୁତ ଭାବରେ ବୃଦ୍ଧି ହେଉଛି.

ରିଟାୟାରମେଣ୍ଟ ପରି ଦୀର୍ଘକାଳୀନ ଲକ୍ଷ୍ୟ ପାଇଁ ଯୋଜନା କରିବା ସମୟରେ ଏହା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ. ନିରନ୍ତର ମୁଦ୍ରାସ୍ଫୀତି କାରଣରୁ ଯେଉଁ ଲକ୍ଷ୍ୟ 20-30 ବର୍ଷ ଦୂରରେ ରହିଥାଏ ତାହା ନାଟକୀୟ ଭାବରେ ଅଧିକ ବ୍ୟୟବହୁଳ ହୋଇଯାଇପାରେ. ଆପଣଙ୍କର ରିଟାୟାରମେଣ୍ଟ କର୍ପସ୍ କେବଳ ଆଜିର ଖର୍ଚ୍ଚ ଉପରେ ଆଧାରିତ ହୋଇନଥାଏ - ଏହା ଭବିଷ୍ୟତରେ ହେବାକୁ ଥିବା ଅଧିକ ଖର୍ଚ୍ଚ ତୁଲାଇବା ଆବଶ୍ୟକ, ବିଶେଷ ଭାବରେ ସ୍ୱାସ୍ଥ୍ୟସେବା ଦିଗରେ ହେବାକୁ ଥିବା ଖର୍ଚ୍ଚ, ଯାହା ବୟସ ଅନୁଯାୟୀ ଉଲ୍ଲେଖଯୋଗ୍ୟ ଭାବରେ ବୃଦ୍ଧି ପାଇଥାଏ.

ମୁଦ୍ରାସ୍ଫୀତିକୁ କିପରି ହରାଇବେ?

  1. ନିବେଶ କରନ୍ତୁ, କେବଳ ସେଭ୍ କରନ୍ତୁ ନାହିଁ.
    ଆପଣଙ୍କର ଟଙ୍କାକୁ ଏଭଳି ବିନିଯୋଗ କରନ୍ତୁ ଯେପରି ଏହା ମୁଦ୍ରାସ୍ଫୀତିକୁ ହରାଇ ଅଧିକ ଲାଭ ପ୍ରଦାନ କରିପାରୁଥିବ.

  2. ଉପଯୁକ୍ତ ନିବେଶ ସହିତ ଆପଣଙ୍କର ଲକ୍ଷ୍ୟର ତାଳମେଳ ସ୍ଥାପନ କରନ୍ତୁ.
    ସ୍ୱଳ୍ପକାଳୀନ ଆବଶ୍ୟକତା ପାଇଁ, କମ୍-ବିପଦ ଥିବା ପ୍ରଣାଳୀ ବାଛନ୍ତୁ. ଦୀର୍ଘକାଳୀନ ଲକ୍ଷ୍ୟ ପାଇଁ, ଏପରି ପ୍ରଣାଳୀ ବାବଦରେ ବିଚାର କରନ୍ତୁ ଯାହା ସମୟକ୍ରମେ ମୁଦ୍ରାସ୍ଫୀତିକୁ ହରାଇ ଅଧିକ ଲାଭ ପ୍ରଦାନ କରିପାରିବ.

  3. ଆପଣଙ୍କର ପୋର୍ଟଫୋଲିଓ ଡାଇଭର୍ସିଫାଏ କରନ୍ତୁ.
    ଆସେଟ୍ ଶ୍ରେଣୀର ମିଶ୍ରଣ - ଇକ୍ୱିଟି, ଲୋନ୍‍, ସୁନା ଏବଂ ରିଅଲ୍ ଇଷ୍ଟେଟ୍ - ବିକାଶ ଓ ସ୍ଥିରତାକୁ ସନ୍ତୁଳିତ କରିଥାଏ.

  4. ଶୀଘ୍ର ଆରମ୍ଭ କରନ୍ତୁ ଏବଂ ନିରନ୍ତର ଲାଗି ରୁହନ୍ତୁ.
    ଚକ୍ରବୃଦ୍ଧି ପ୍ରଣାଳୀରେ ଆପଣଙ୍କ ଟଙ୍କାକୁ ଅଧିକ ଦିନ ପାଇଁ ନିବେଶ କରି ବୃଦ୍ଧି କରିପାରିବେ ଏବଂ ସ୍ଵାଭାବିକ ଭାବରେ ମୁଦ୍ରାସ୍ଫୀତିକୁ ହରାଇପାରିବେ.

  5. ଆପଣଙ୍କର ପୋର୍ଟଫୋଲିଓକୁ ସମୟ ସମୟରେ ରିଭ୍ୟୁ କରନ୍ତୁ.
    ଆପଣଙ୍କର ନିବେଶକୁ ଗତିଶୀଳ ରଖିବା ପାଇଁ ଲାଭ ବନାମ ମୁଦ୍ରାସ୍ଫୀତିର ବାର୍ଷିକ ଭାବରେ ପୁନଃମୂଲ୍ୟାୟନ କରନ୍ତୁ.

ସଂକ୍ଷିପ୍ତ ସାରାଂଶ

ଯଦି ମୁଦ୍ରାସ୍ଫୀତି ହାରାହାରି ବର୍ଷକୁ 6% -

  • ଆପଣଙ୍କର ଟଙ୍କାର କ୍ରୟଶକ୍ତି ପ୍ରତ୍ୟେକ 12 ବର୍ଷରେ ଅଧା ହୋଇଯାଏ.

  • ଏହାର ଅର୍ଥ ହେଉଛି ଆଜିର ₹10 ଲକ୍ଷ ଟଙ୍କାର ମୂଲ୍ୟ 12 ବର୍ଷ ପରେ ମାତ୍ର ₹5 ଲକ୍ଷ ଟଙ୍କାର ମୂଲ୍ୟ ସହିତ ସମାନ ହେବ.

ମୁଦ୍ରାସ୍ଫୀତି କେବଳ ଜିନିଷଗୁଡ଼ିକୁ ମହଙ୍ଗା କରେ ନାହିଁ - ଏହା ନିଷ୍କ୍ରିୟତାକୁ ମହଙ୍ଗା କରିଦିଏ.

ଶେଷ ବକ୍ତବ୍ୟ: ଆପଣ ମୁଦ୍ରାସ୍ଫୀତିରୁ ରକ୍ଷା ପାଇପାରିବେ ନାହିଁ - କିନ୍ତୁ ଆପଣ ଏହାକୁ ବୁଦ୍ଧିମତାର ସହ ହରାଇପାରିବେ

ମୁଦ୍ରାସ୍ଫୀତି ମାଧ୍ୟାକର୍ଷଣ ଶକ୍ତି ପରି ଅଟେ - ଆପଣ ଏହାକୁ ଧ୍ୟାନ ଦିଅନ୍ତୁ କି ନାହିଁ, ଏହା ଆପଣଙ୍କର ଟଙ୍କାର ମୂଲ୍ୟକୁ ତଳକୁ ଟାଣିବ ହିଁ ଟାଣିବ. କିନ୍ତୁ ଚତୁରତାର ସହ, ଲକ୍ଷ୍ୟ-ଆଧାରିତ ନିବେଶ ସହ, ଆପଣ ଏହି ବିପତ୍ତିରୁ ରକ୍ଷାପାଇ ଉର୍ଦ୍ଧ୍ଵକୁ ଉଠିପାରିବେ.

ଜଣେ ଆତ୍ମନିର୍ଭର ଇନଭେଷ୍ଟର ହୁଅନ୍ତୁ. ସଞ୍ଚୟ ବନ୍ଦ କରନ୍ତୁ ନାହିଁ - କେବଳ ନିଜକୁ ପଚାରନ୍ତୁ ଯେ "ମୁଦ୍ରାସ୍ଫୀତି ବିପକ୍ଷରେ ମୋ ଟଙ୍କାର ମୂଲ୍ୟ ଯଥାର୍ଥ ରହୁଛି କି?"